spot_img

ଅନଲକ୍ ଦିଲ୍ଲୀ, ସବୁ ରୁଟ୍‌ରେ ଚାଲିବ ମେଟ୍ରୋ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଏୟାରପୋର୍ଟ ଲାଇନ୍ ଆରମ୍ଭ ହେବା ପରେ ଆଜିଠାରୁ ସବୁ ରୁଟ୍‌ରେ ମେଟ୍ରୋ ଚାଲିବ । କରୋନା ସମୟରେ ପ୍ରଥମ ଥର ପାଇଁ ମେଟ୍ରୋ ସାଧାରଣ ଦିନଗୁଡ଼ିକ ପରି ଚଳାଚଳ କାରିବ । ସମସ୍ତ ରୁଟ୍‌ରେ ସକାଳ ୬ଟାରୁ ରାତି ୧୧ଟା ଯାଏ ମେଟ୍ରୋ ଚାଲିବ । ସକାଳ ୬ଟାରୁ ରାତି ୧୧ଟା ଯାଏ ନନ୍ ପିକ୍ ଆୱାରରେ ମେଟ୍ରୋର ଫ୍ରିକ୍ୱେନ୍ସି ପିକ୍ ଆୱାର ପରି ହେବ । ଶୁକ୍ରବାରଠାରୁ ମଜେଣ୍ଟା ଓ ଗ୍ରେ ଲାଇନ୍‌ରେ ଏହି ସେବା ଆରମ୍ଭ ହୋଇଗଲାଣି । ୯ଟି ଲାଇନରେ ମେଟ୍ରୋ ଚଳାଚଳ ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ଏକ ଲକ୍ଷରୁ ଉର୍ଦ୍ଧ୍ୱରେ ପହଞ୍ଚିଲାଣି । ସମୟ ବଢ଼ିବା ସହିତ ଯାତ୍ରୀଙ୍‌କ ସଂଖ୍ୟ ମଧ୍ୟ ସେହି ଅନୁପାତରେ ବଢ଼ିବ ବୋଲି ଡିଏମଆରସି ଆଶା ରଖିଛି । ଶୁକ୍ରବାର ୟେଲୋ ଲାଇନରେ ଚଢ଼ୁଥିବା ଯାତ୍ରୀଙ୍କ ସଂଖ୍ୟା ୪୧, ୬୮୯ ଥିଲା । ଗ୍ରେ ଲାଇନରେ ସବୁଠାରୁ କମ୍ ଯାତ୍ରୀ ଥିଲେ । ୯ଟି ଲାଇନରେ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ

LEAVE A REPLY

Please enter your comment!
Please enter your name here

- Advertisment -

Most Popular