spot_img

ହ୍ୟାକରଙ୍କ ଟାର୍ଗେଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମାଇକ୍ରୋସଫ୍‌ଟ

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଦୁଇ ମାସରୁ କମ୍ ସମୟ ଅଛି । ଏହି ସମୟରେ ରୁଷ୍ , ଚୀନ ଓ ଇରାନର ହ୍ୟାକରମାନେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟ ଅଶାୟୀ ପ୍ରାର୍ଥୀ ଜୋ ବିଡେନଙ୍କ ଅଭିଯାନକୁ ଟାର୍ଗେଟ କରିଛନ୍ତି । ଅଧିକ ସାଇବର ଆକ୍ରମଣ ସଫଳ ହୋଇନଥିଲେ ହେଁ ହ୍ୟାକର୍ସ ନିର୍ବାଚନ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ମାଇକ୍ରୋସଫ୍ଟର ଗ୍ରାହକ ସୁରକ୍ଷା ଉପାଧ୍ୟକ୍ଷ ଟମ୍ ବର୍ଟ କହିଛନ୍ତି କି ଆମେ ଯେଉଁ ଗତିବିଧିର ଘୋଷଣା କରିଛୁ, ସେଥିରୁ ସ୍ପଷ୍ଟ ଯେ ବିଦେଶୀ ସମୂହ ୨୦୨୦ ନିର୍ବାଚନର ତଥ୍ୟ ହାସଲ କରିବା ପାଇଁ ଜୋରଦାର ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ରୁଷୀୟ ହ୍ୟାକର୍ସ ଡେମୋକ୍ରାଟିକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରକୁ ପ୍ରଭାବିତ କରିବା ପାଇଁ ସାମିଲ ଥିଲେ । ସେମାନେ ଏବେ ପୁୁଣି ଥରେ ସକ୍ରିୟ ହୋଇଛନ୍ତି । ଏଥର ଟ୍ରମ୍ପ ଓ ବିଡେନ୍ ତାଙ୍କ ଟାର୍ଗେଟରେ ଅଛନ୍ତି ବୋଲି କମ୍ପାନୀ କହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular