spot_img

ଦିଲ୍ଲୀର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ: ନିଆଁ ଲିଭା କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦ୍ରଲୋକ ଶାହାଜାଦା ବାଗ ସ୍ଥିତ ଏକ ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଖବର ଶୁଣି ହଠାତ ଦମକଳ ଗାଡ଼ି ଆସି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ସକାଳେ ଏକ ବହୁ ମହଲା ବିଶିଷ୍ଟ ଏକ ପ୍ଲାଷ୍ଟିକ କାରଖାନାରେ ହଠାତ ନିଆଁ ଲାଗିଯାଇଥିଲା । ଦେଖିବା କ୍ଷଣି ନିଆଁ ସଙ୍ଗେସଙ୍ଗେ ଚାରି ଆଡ଼କୁ ବ୍ୟାପିଯାଇଥିଲା । ଦମକଳ ବାହିନୀ ବର୍ତ୍ତମାନ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ କୈାଣସି ଲୋକ ମୃତାହତ ହୋଇନଥିବା ସୂଚନା ମିଳିଛି । ତାହା ସହିତ ଏହି ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular