ଜଗତସିଂହପୁର: ମହାନଦୀକୁ ଡେଇଁ ଠିକାଦାର ନିଖୋଜ । ଜଗତସିଂହପୁର ଜିଲ୍ଲା ତାରପୁର ନିକଟରେ ଥିବା ମହାନଦୀକୁ ଡେଇଁ ଠିକାଦାର ନିଖୋଜ ହୋଇଛନ୍ତି । ନିଖୋଜ ଠିକାଦାରଙ୍କ ନାମ ମନୋରଞ୍ଜନ ରାଉତ ବୋଲି ଜଣାପଡିଛି । ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଜଗତସିଂହପୁର ଥାନା ଅଳସୁଧା ନିପୁର ଗାଁର ମନୋରଞ୍ଜନ ରାଉତ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ନଦୀବନ୍ଧରେ ଏକ ସ୍କୁଟି ଓ ସୁଇସାଇଡ଼ ନୋଟ ପଡିଥିବାର ଦେଖିବାକୁ ମିଳିଛି । ତେବେ ନଦୀବନ୍ଧରୁ ମିଳିଥିବା ସୁଇସାଇଡ଼ ନୋଟରେ ସେ ତିନିଜଣଙ୍କ ଦାୟୀ କରିଛନ୍ତି ସୂଚନା ମିଳିଛି । ସେହିପରି ନଦୀକୁ ଡେଇଁଥିବା ଖବର ପାଇ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛି । ତେବେ କଣ ପାଇଁ ନଦୀବନ୍ଧରୁ ଡେଇଁଲେ ? ନଦୀକୁ ଡେଇଁବା ପଛର କାରଣ କଣ ? ଆଦି ଅନେକ ପ୍ରଶ୍ନ ସ୍ଥାନୀୟଲୋକଙ୍କ ମନରେ ଉଙ୍କି ମାରୁଛି । ପୋଲିସର ତଦନ୍ତରୁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। କାହା ଚାପରେ ପଡି ସେ ମହାନଦୀକୁ ଡଇଁଛନ୍ତି ନା ଆଉ କଣ କାରଣ । ତାହା ତଦନ୍ତରୁ ଜଣାପଡିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0