spot_img

ସଡ଼କ ଦୁର୍ଘଟଣାରେ ୨ ଯବାନ ମୃତ

ରାଜସ୍ଥାନ: ରାଜସ୍ଥାନ ବିିକାନେରରୁ ମିଳିଛି ଏକ ଦୁଃଖଦପୂର୍ଣ୍ଣ ଖବର । ଶନିବାର ଦିନ ବିକାନେର-ରାଜସ୍ଥାନ ଜାତୀୟ ରାଜପଥରେ ସେନାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ୨ଜଣ ଯବାନ ମୃତ୍ୟୁ ବରଣ କରିଛନ୍ତି । ପୁଲିସ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ଯବାନ ମାନେ ଏକ ଗାଡ଼ିରେ ଯାଉଥିବା ସମୟରେ ଗାଡ଼ିର ଟାୟାର ଫାଟି ଯିବାରୁ ଗାଡ଼ିଟି ଓଲଟି ପଡ଼ିଥିଲା । ଫଳରେ ୨ଜଣ ଯବାନ ମୃତ୍ୟୁ ବରଣ କରିଥିବା ବେଳେ, ଅନ୍ୟ ୨ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେନା ମୁଖପାତ୍ର କହିଛନ୍ତି, କୁଲ ମନୀଷ ସିଂହ ଚୈାହାନ ଓ ମେଜର ନିରଜ ଶର୍ମା ଗଭୀର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତାହା ସହିତ ଅନ୍ୟ ୨ଜଣ ଯବାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular