ନୂଆଦିଲ୍ଲୀ: ବଚ୍ଚନ ପରିବାର ପରେ ଏବେ କରୋନା କବଳରେ ବଲିଉଡ଼ ଅଭିନେତା ଅଫତାବ ଶିବଦାସାନୀ । ସେ ବର୍ତ୍ତମାନ ଡ଼ାକ୍ତରଙ୍କ ପରାମର୍ଶ ନେଇ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ତାହା ସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରାଇ ନେବାପାଇଁ କହିଛନ୍ତି ।
🙏🏼🍀❤️ pic.twitter.com/6A1XcDpnp0
— Aftab Shivdasani (@AftabShivdasani) September 11, 2020
ଅଫତାବ ଟ୍ୱିଟ କରି କହିଛନ୍ତି, ‘ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ । ଗତ କିଛି ଦିନ ହେବ ମୋତେ ଶୁଖିଲା କାଶ ଓ ଜ୍ୱର ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି । ର୍ଦୁଭାଗ୍ୟବଶତଃ ମୋର ରିପୋର୍ଟ ପଜିଟିଭ ଆସିଛି । ମୁଁ ଏବେ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବି । ଖୁବ ଶିଘ୍ର ସୁସ୍ଥ ହୋଇ ଆପଣମାନଙ୍କ ପାଖକୁ ଫେରିବି ।’



Visitors Today : 5
Total Visitors : 130174
Total Views : 9891621
Visitors Online Now : 0