ମାଲକାଲଗିରି ଜିଲ୍ଲା ମାଥିଲି ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଶୁକ୍ରବାର ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହାସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ।ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ମାଥିଲି ପୋଲିସ ମାଥିଲି-ମାଲକାନଗିରି ରାସ୍ତାରେ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ପୋଲିସକୁ ଦେଖି ପଳାଇଥିଲା । ପୋଲିସ ଏହାକୁ ଗୋଡାଇ ଧରିଥିଲା । ଗାଡିରୁ ୪୯ଟି ପ୍ଲାଷ୍ଟିକ୍ ବସ୍ତାରେ ଥିବା ଗଞ୍ଜେଇକୁ ଜବତ କରିଛି । ଜବତ ଗଞ୍ଜେଇର ପରିମାଣ ୧୩୨୦ କେଜି ହେବ ବୋଲି ଜଣା ପଡିଛି । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ଏକ ହଜାର ଟଙ୍କା, ମୋବାଇଲ ଫୋନ ଜବତ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0