ମୋହନା : ଚନ୍ଦ୍ରଗିରିରୁ ଚନ୍ଦନ କାଠ ଜବତ । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳରୁ ୮୦ କେଜି ଚନ୍ଦନ କାଠ ଜବତ ହୋଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ଛେଳିଗଡ଼ ଅଞ୍ଚଳରୁ ବ୍ରହ୍ମପୁର ସହରକୁ ଚାଲାଣ କରାଯାଉଥିବା ବେଳେ ମୋହନା ଥାନା ପୋଲିସ ଗୋଟିଏ କାରରୁ ୮୦ କେଜି ଚନ୍ଦନ କାଠ ଜବତ କରିଛି ।

ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୩୯ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ପୋଲିସ ଜବତ ଜିନିଷ ଏବଂ ୩ ଅଭିଯୁକ୍ତଙ୍କୁ ବନବିଭାଗକୁ ହସ୍ତାନ୍ତର କରିଛି । ଜବତ ଚନ୍ଦନ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0