ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆରମ୍ଭ ହୋଇଛି କୋଭିଡ୍ ଟେଷ୍ଟିଂ ସୁବିଧା । ଦେଶରେ ପ୍ରଥମ ଥର ପାଇଁ କୌଣସି ବିମାନବନ୍ଦରରେ ଏଭଳି ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରର ଟର୍ମିନାଲ୍ -୩ରେ ଏହି ସୁବିଧା ଆରମ୍ଭ ହୋଇଛି। ଯାହା ଆନ୍ତର୍ଜାତୀୟ ଯାତ୍ରୀ କିମ୍ବା ଘରୋଇ ବିମାନର ସମସ୍ତ ଯାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ ।
କୋଭିଡ ନେଗେଟିଭ୍ ପ୍ରମାଣପତ୍ର ବିନା ଯାତ୍ରା କରୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନେ ମଧ୍ୟ ବିମାନବନ୍ଦରରେ ପରୀକ୍ଷା ପାଇଁ ଆଗୁଆ ବୁକ୍ କରିପାରିବେ । ଏବଂ ଟେଷ୍ଟ କରିବାର ଚାରିରୁ ଛଅ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିଯିବ ।ଦିଲ୍ଲୀ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ପରୀକ୍ଷା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କିନ୍ତୁ ନେଗେଟିଭ୍ ରିପୋର୍ଟ ଆସିଲେ ସେମାନେ ବାଧ୍ୟତାମୂଳକ ସାତ ଦିନିଆ ଆନୁଷ୍ଠାନିକ କ୍ବାରେଣ୍ଟାଇନରୁ ଛାଡ ପାଇ ପାରିବେ । ତେବେ ଯାତ୍ରୀମାନଙ୍କୁ ଏଥିପାଇଁ ସେମାନଙ୍କ ନାମ, ପୂରା ଠିକଣା ଏବଂ ସଠିକ୍ ପରିଚୟ ପତ୍ର ଦେବାକୁ ପଡ଼ିବ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0