spot_img

ଡ଼ାକ ବିଭାଗର ଅବହେଳାରୁ ପୋଲ ତଳେ ପଡ଼ିଛି ଶତାଧିକ ଆଧାର କାର୍ଡ଼

ଦେବଗଡ଼: ପୋଲ ତଳେ ପଡ଼ଛି ଶତାଧିକ ଆଧାର କାର୍ଡ଼ ଓ ପୋଷ୍ଟାଲ କାଗଜପତ୍ର । ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଥିବା ଆମ୍ବଗାଁ ପୋଲ ତଳେ ପଡ଼ିଥିବା ଦେଖିବାକୁ ମିଳିଛି ।
ସୂଚନାଅନୁଯାୟୀ, କାଗଜପତ୍ର ଗୁଡ଼ିକ ବଣାଇ ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମବାସୀଙ୍କର ବୋଲି ଜଣା ପଡ଼ିଛି । ଏହି କାଗଜପତ୍ର ସବୁ ବଡ଼ଗୋଗୁଆ ପୋଷ୍ଟ ଅଫିସକୁ ଆସିଥିବା ବେଳେ କର୍ମଚାରୀଙ୍କ ବେପରୁଆ ମନୋଭାବ ପାଇଁ ଏହା ଅଦରକାରୀ ଭାବେ ପଡ଼ିରହିଛି । ଏହି ଡ଼କୁ୍ୟମେଣ୍ଟରେ ଆଧାର କାର୍ଡ଼, ପାନକାର୍ଡ଼, ଏଲ ଆଇ ସି ପଲିସି ପ୍ରଭୃତି ରହିଛି । ବାଇକରେ ଯିବା ବେଳେ ଭୁଲବଶତଃ ଖସିପଡ଼ିଛି ବୋଲି ପୋଷ୍ଟାଲ କର୍ମଚାରୀ ରଜତକାନ୍ତ ସାମଲ ସଫେଇ ଦେଇଛନ୍ତି ।
ସେପଟେ ବଣାଇଁ ଅଞ୍ଚଳର ପୋଷ୍ଟାଲ କାଗଜପତ୍ର ଅନ୍ୟ ଏକ ଜିଲ୍ଲାକୁ ଗଲା କିପରି ତାହାର ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟବାସୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular