ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୩୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହି ୩୩୬୩ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧୮୬୪୨କୁ ବୃଦ୍ଧି ଘଟିଛି । ସୁସ୍ଥ ହୋଇଥିବା ଏହି ୩୩୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୦୬ ଜଣ, କଟକରୁ ୩୪୮, ପୁରୀରୁ ୨୮୦, ମୟୁରଭଞ୍ଜରୁ ୨୦୬, ରାୟଗଡ଼ାରୁ ୧୭୩, ଭଦ୍ରକରୁ ୧୪୪, ସୁନ୍ଦରଗଡ଼ରୁ ୧୨୦, ଝାରସୁଗୁଡ଼ାରୁ ୧୧୯, ବରଗଡ଼ରୁ ୧୧୬, ଗଞ୍ଜାମରୁ ୧୧୦, କଳାହାଣ୍ଡିରୁ ୮୯, ସୋନପୁରରୁ ୮୭, କନ୍ଧମାଳରୁ ୮୫, କୋରାପୁଟରୁ ୭୧, ବାଲେଶ୍ୱର ଓ ସମ୍ବଲପୁରରୁ ୬୬ ଗଣ ଲେଖାଏଁ, ବୈାଦ୍ଧରୁ ୬୫, ନୟାଗଡ଼ରୁ ୫୮, କେଉଁଝରରୁ ୫୧, କେନ୍ଦ୍ରାପଡ଼ାରୁ ୪୪, ଯାଜପୁରରୁ ୪୦, ବଲାଙ୍ଗୀରରୁ ୩୯, ଜଗତସିଂହପୁରରୁ ୩୧, ଗଜପତିରୁ ୨୯, ଅନୁଗୁଳରୁ ୨୮, ଢେଙ୍କାନାଳରୁ ୨୫, ନବରଙ୍ଗପୁରରୁ ୨୪, ମାଲକାନାଗିରିରୁ ୨୨, ନୂଆପଡ଼ାରୁ ୧୭, ଦେବଗଡ଼ରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0