spot_img

ଲମତାପୁଟରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ପରିମାଣ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଜଲାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଗଞ୍ଜେଇ ଜବତ କରିଛି ଲମତାପୁଟ ପୋଲିସ ।

ସଗର ଗ୍ରାମ ଛକ ନିକଟରେ ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଲାପୁଟରୁ  ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନ ଏବଂ ବୋଲେରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ  ଗାଡି ଦୁଇଟି  ବିପରିତ ଦିଗକୁ ବୁଲାଇ ପୋଲିସକୁ ଚକମା ଦେଇ ଚାଲି ଯାଉଥିଲେ । ପୋଲିସ ଗାଡି ଦୁଇଟିର ପିଛା କରିଥିଲା ।

ଅନ୍ଧାର ରାତି ଏବଂ ବର୍ଷାର ସୁଯୋଗ ନେଇ ଜଙ୍ଗଲରେ ଗାଡି ଛାଡି ମାଫିଆ ମାନେ ଚମ୍ପଟ ମାରିଥିଲେ । ଗାଡି ଦୁଇଟିକୁ ଯାଞ୍ଚ କରିବା ବେଳେ ପିକଅପ ଭ୍ୟାନରୁ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ୨ଟି ଯାକ ଗାଡିକୁ ଜବତ କରିଛି  ପୋଲିସ  । ଜବତ ଗାଡି ମାଲିକଙ୍କ ନାଁରେ କେସ ରୁଜୁ କରି ତଦନ୍ତ ଚାଲିଛି । ଏହି ଗଞ୍ଜେଇ ଚୋରା ଚାଲଣରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular