ଭୁବନେଶ୍ୱର: ଓଡ଼ିଶା ପାୱାର ଜେନେରେସନ କର୍ପୋରେସନକୁ ଯଥାଶୀଘ୍ର ବହୁ ରାଷ୍ଟ୍ରୀୟ କମ୍ପାନି ଏଇଏସ କବଳରୁ ନମୁକୁଳାଇଲେ ଏହା ବିନାଶ ମୁହଁକୁ ଠେଲି ହୋଇଯିବ ବୋଲ ଓପିଜିସି ଅଫିସର ସଂଘ ପ୍ରକାଶ କରିଛି । ଇତିମଧ୍ୟରେ ଏଇଏସ ଦ୍ୱାରା ନିଯୁକ୍ତି ପାଇଥିବା ରିସୋର୍ସ ସେୟାରିଂ ପାର୍ସନଙ୍କ କାର୍ଯ୍ୟକଳାପ ପଦାରେ ପଡ଼ିଯାଇଛି ।
ସୂଚନାକ୍ରମେ, ଓପିଜିସି ଅଧିକାରୀ କର୍ମଚାରୀଙ୍କ ଠାରୁ ସଠିକ ଦରମା ନଦେଇ ଆନ୍ତରିକତାହୀନ କାର୍ଯ୍ୟ କରିବା ଫଳରେ ଓପିଜିସି ଆଜି ବିନାଶ ମୁ୍ଖରେ ପହଁଞ୍ଚିଛି । ଉଦାହରଣ ସ୍ୱରୁପ, ୫ ତାରିଖ ଘଟିଥିବା ଦୁର୍ଘଟଣାକୁ ସଂଘ ପକ୍ଷରୁ କୁହାଯାଇଛି । ଏସଂପର୍କରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପ୍ରିନସିପାଲ ସଚିବ ତଥା ଓପିଜିସି ଅଧ୍ୟକ୍ଷଙ୍କୁ ପୁଣିଥରେ ସୂଚନା ଦିଆଯାଇଛି ।
ସଂଘର କହିବାନୁଯାୟୀ, ଅନେକ ଦିନର ଦାବି ପରେ ସରକାର ଓପିଜିସିର ଶତପ୍ରତିଶତ ଅଂଶଧନ ନିଜ ହାତରେ ରଖିବାକୁ ନିଷ୍ପତି ନେଇ ସାରିଛନ୍ତି । ମାତ୍ର ସଂଘ ଜାଣିବାକୁ ପାଉଛି ଯେ ଏଇଏସ ଅଧିନରେ ଥିବା କିଛି ଅଧିକାରୀ ଓପିଜିସିର ବିଭିନ୍ନ ପଦ ପଦବିରେ ରହି କାମ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏପରି ହେଲେ ଏଇଏସ ମ୍ୟାନେଜମେଣ୍ଟରେ ଥିଲାବେଳେ ଯେପରି ଓପିଜିସିକୁ ଦୁର୍ଦିନରେ ଠେଲି ଦେଇଥିଲେ ଏବେବି ପୁନଃବାର ଘଟିବାର ସମ୍ଭାବନା ଅଛି ବୋଲି ସଂଘ ଚେତାଇ ଦେଇଛି ।
ଏଇଏସ ରିସୋର୍ସ ସେୟାରିଂ ପର୍ସନ ଭାବେ ନିଯୁକ୍ତି ଦେଇଥିବା ୧୭ ଜଣଙ୍କୁ ବାହାର କରାଯାଇ ସେମାନଙ୍କ ସ୍ଥାନରେ ଓପିଜିସିରେ ଦୀର୍ଘ ୨୫ ବର୍ଷ ଧରି କାମ କରି ଆସୁଥିବା ଅଧିକାରୀଙ୍କୁ ରଖିବା ଏବଂ ଗୋଟିଏ ସଂସ୍ଥା ଗୋଟିଏ କ୍ୟାଡ଼ର କରିବାକୁ ସଂଘ ଦାବି କରିଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0