spot_img

ପାଠପଢିବା ପାଇଁ ଜଙ୍ଗଲ ଭିତରେ ୧୫ କିଲୋମିଟର ଯାଉଛନ୍ତି ପିଲା

ଗଞ୍ଜାମ : ମିଳୁନି ନେଟୱାର୍କ । ପାଠ ପଢ଼ିବା ପାଇଁ ନେଟୱାର୍କ ଖୋଜି ଖୋଜି ଜଙ୍ଗଲ ଭିତରେ ୧୫ କିମି ଯାତ୍ରା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାର ଉପାନ୍ତ ଓ ମଧ୍ୟବର୍ତି ପାହାଡିଆ ଅଞ୍ଚଳରେ । ଏହି ଅଞ୍ଚଳରେ ରହିଛି କନ୍ଧମାଳ ରାଇକିଆ ବ୍ଲକର ଇନ୍ଦ୍ରଗଡ ପଞ୍ଚାୟତ ,ଗଞ୍ଜାମର ବାଇବାଲି ପଞ୍ଚାୟତ । କରୋନା ଯୋଗୁଁ ସ୍କୁଲ ଖୋଲି ନଥିବାରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ାଯିବା ସହ ଚକଲେଟ୍ ଆପ୍ ମାଧ୍ୟମରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ନେବା ପାଇଁ କୁହାଯାଇଛି । ହେଲେ ଗାଁରେ ନେଟୱାର୍କ ଆସୁନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ଶିକ୍ଷକଙ୍କ ପ୍ରଶିକ୍ଷଣ ମଧ୍ୟ ପ୍ରଭାବିତ ହୋଇଛି।

ସମସ୍ୟାର ସମାଧାନ ପାଇଁ କିଛି ଶିକ୍ଷକ ଏକାଠି ହୋଇ ପ୍ରଥମେ ନେଟୱାର୍କ ଖୋଜିଥିଲେ । ଆଉ ତା ପରେ ଗାଁଠାରୁ ପ୍ରାୟ ୧୫ କିମି ଦୂରରେ ଜଙ୍ଗଲ ଭିତରେ ଏକ ନେଟୱାର୍କ ଆସିଥିଲା । ସେଠାକୁ ଯାଇ ଶିକ୍ଷକମାନେ ଚକଲେଟ୍ ଆପ୍ ମାଧ୍ୟମରେ ଟ୍ରେନିଂ ନେଇଥିଲେ । ଏହି ଖବର ଗାଁରେ ପହଁଚିବା ପରେ ଦୁଇ ପଞ୍ଚାୟତର କିଛି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଯାଇ ଅନଲାଇନ କ୍ଲାସ କରିଥିଲେ । ତେବେ ଯଦି ବର୍ଷା ହୁଏ ତେବେ ସେଠାରେ ମଧ୍ୟ ନେଟୱାର୍କ କଟିଯାଏ ବୋଲି କହିଛନ୍ତି ଛାତଛାତ୍ରୀ । ଏଥିସହ ସମସ୍ତଙ୍କ ପାଖରେ ମୋବାଇଲ୍ ନଥିବାରୁ ଗୋଟିଏ ଗୋଟିଏ ମୋବାଇଲରେ ଅନେକ ଛାତ୍ର ପଢ଼ୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପିଲାମାନେ କେମିତି ପାଠପଢ଼ିବେ ଚିନ୍ତାରେ ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular