ନୂଆଦିଲ୍ଲୀ: ଭାରତର ଟେଲିକମ କମ୍ପାନୀ ଏୟାରଟେଲ ଖୁବଶୀଘ୍ର ଭାରତୀୟ ବଜାରରେ ଶସ୍ତା ୪ଜି ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ଯାଉଛି । ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଏପରି ଯୋଜନା କରୁଛି ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଏୟାରଟେଲ ଖୁବଶୀଘ୍ର ଭାରତରେ ସ୍ମାର୍ଟଫୋନ କମ୍ପାନୀ ମାନଙ୍କ ସହିତ ପାର୍ଟନରସିପ କରିବ । କାରଣ ରିଲାଏନ୍ସ ଜିଓର ପ୍ଲାନ ହେଉଛି ଶସ୍ତା ୪ଜି ହେଣ୍ଡସେଟ ଓ ଅସୀମିତ ଡ଼ାଟା ପ୍ଲାନ ସହିତ ଭାରତୀୟ ୨ଜି ବଜାରକୁ କବ୍ଚା କରିବା । ଟେଲିକମ ଟ୍ରାକର ରିପୋର୍ଟ ଅନୁଯାୟୀ, ଏୟାରଟେଲ ଭାରତରେ ଲାଣ୍ଡ ଓ ଅନଲାଣ୍ଡ ଦୁଇ ପ୍ରକାର ସ୍ମାର୍ଟଫୋନ ବିକ୍ରି କରିପାରିବ । ଲାଣ୍ଡ ସ୍ମାର୍ଟଫୋନ ଅର୍ଥାତ ଏଥିରେ କେବଳ ଏୟାରଟେଲ ସିମ ଚଲାଇପାରିବେ ଓ ଏଥିରେ ଏୟାରଟେଲର କଷ୍ଟମାଇଜ ଶସ୍ତା ପ୍ଲାନ ମଧ୍ୟ ଉପଲବ୍ଧ ହେବ । ଅନଲାଣ୍ଡ ସ୍ମାର୍ଟଫୋନରେ କୈାଣସି କମ୍ପାନୀର ସିମ ବ୍ୟବହାର କରିପାରିବେ । କୁହାଯାଉଛି କି, ଏୟାରଟେଲ ବର୍ତ୍ତମାନ ଏହି ଦୁଇଟି ଉପାୟରେ କାମ କରିବାକୁ ଯାଉଛି । ତାହାସହିତ ଭାରତୀୟ ସ୍ମାର୍ଟଫୋନ କମ୍ପାନୀ ମାନଙ୍କ ସହିତ ମିଶି ଖୁବଶୀଘ୍ର ୪ଜି ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ସୂଚନା ମିଳିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0