spot_img

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ରେ ଶେଷ ହେବ । ମୋଟ ୩୫ ହଜାର ୫୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାଟ୍ରିକ ସପ୍ଲିମେଣ୍ଟାରୀ ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଓପନ୍ ପରୀକ୍ଷା ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶହେ ମାର୍କ ବଦଳରେ ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା କରାଯାଇଛି । କୋଭିଡ-୧୯ ଗାଇଡ଼ଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରୀକ୍ଷା ସୁପରିଚାଳନା ପାଇଁ ପୋଲିସ ସୁରକ୍ଷା କର୍ମୀ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ରହିବେ। ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular