ଚଣ୍ଡିଗଡ଼: ଦେଶର ଜଣେ ଯୁବ ଉଦ୍ଦ୍ୟୋଗୀ ଭାବେ ନାମ କମାଇଥିବା ରିତେଶ ଅଗ୍ରୱାଲଙ୍କ କମ୍ପାନୀ ଓୟୋ ହୋଟେଲ୍ସ ଏବେ ଆଇନଗତ ମାମଲାରେ ଛନ୍ଦି ହୋଇଯାଇଛି । ବହୁତ ସମୟରେ ଏହି କମ୍ପାନୀ ବିରୁଦ୍ଧରେ ଠକେଇ ଅଭିଯୋଗ ଆସୁଛି । ବର୍ତ୍ତମାନ ପୁଣି ଏକ ଅପରାଧିକ ମାମଲାରେ ଫସିଯାଇଛି ଏହି କମ୍ପାନୀ । ଗୋଟେପଟେ ଲକଡ଼ାଉନ ପ୍ରଭାବରେ କମ୍ପାନୀରେ ମାନ୍ଦାବସ୍ଥା ଚାଲିଥିବା ବେଳେ ଅନ୍ୟପଟେ ଅପରାଧିକ ମାମଲା କମ୍ପାନୀକୁ ସଂକଟ ମଧ୍ୟକୁ ଠେଲି ଦେଇଛି । ଚଣ୍ଡିଗଡ଼ର ବିକାଶ ଗୁପ୍ତା ନାମକ ଜଣେ ବ୍ୟବସାୟୀ ପଞ୍ଜାବର ମୋହାଲି ଠାରେ କମ୍ପାନୀ ବିରୁଦ୍ଧରେ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି । ସୂଚନା ମୁତାବକ, ନିଜ ଏଫଆଇଆରରେ ସେ ଉଲ୍ଲେଖ କରିଛନ୍ତି ଓୟୋ ମୁଖ୍ୟ ରିତେଶ ଓ ସନ୍ଦୀପ ତାଙ୍କ ସହିତ ଚଞ୍ଚକତା କରି ଏକ ଚୁକ୍ତି କରିନେଇଛନ୍ତି । ସୂଚନାଯୋଗ୍ୟ ମୋହାଲିରେ ବିକାଶ ଗୁପ୍ତାଙ୍କ ଏକ ରିସୋର୍ଟ ଅଛି । ଏହି ରିସୋର୍ଟରେ ବିବାହ ସମାରୋହ ଆୟୋଜନ କରିବାକୁ ଓୟୋ ସହ ବିକାଶଙ୍କ କମ୍ପାନୀ ମାସିକ ଦେୟ ଅନୁଯାୟୀ ଚୁକ୍ତି ହୋଇଥିଲା । କିନ୍ତୁ ଓୟୋ ପକ୍ଷରୁ ଏହି ଅର୍ଥ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0