ଭୁବନେଶ୍ୱର : ଆଉ ହେବନି ନୂଆ ହୋମ୍ଗାର୍ଡ ନିଯୁକ୍ତି । ଖାଲି ଥିବା ସମସ୍ତ ହୋମ୍ଗାର୍ଡ ପଦବୀରେ କୌଣସି ନିଯୁକ୍ତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଖୋଦ୍ ଗୃହ ବିଭାଗ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟରେ ମୋଟ ୧୭ ହଜାର ୬୭୫ ହୋମଗାର୍ଡ ପଦବୀ ରହିଛି । ଏଥିରୁ ୧୬ ହଜାର ପଦବୀରେ ହୋମଗାର୍ଡ ନିଯୁକ୍ତ ଅଛନ୍ତି। ହୋମଗାର୍ଡଙ୍କ ଦୈନିକ ଭତ୍ତା ୩ଶହ ଟଙ୍କାରୁ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଥିଲେ । ଅର୍ଥ ବିଭାଗର ପରାମର୍ଶ କ୍ରମେ ଖାଲିଥିବା ହୋମଗାର୍ଡ ପଦବୀରେ କୌଣସି ନିଯୁକ୍ତି ନ କରିବାକୁ ଗୃହ ବିଭାଗ ସ୍ଥିର କରିଛି । ଅପରପକ୍ଷରେ ଖାଲି ପଦବୀ ବଦଳରେ ୩ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0