spot_img

କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ, ଆଜି ପୁରୀ ଜିଲ୍ଲା ଗସ୍ତ କରିବେ ଟିମ୍

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରୁଛନ୍ତି ୬ ଜଣିଆ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆସିଛି ଏହି ଟିମ୍ । ଟିମ୍ ରେ କୃଷି, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ରହିଛନ୍ତି ।

ତେବେ ଗତକାଲି କେନ୍ଦ୍ରୀୟ ଟିମ୍ ସଦସ୍ୟମାନେ କେନ୍ଦ୍ରାପଡ଼ା , ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଅଧିକାରୀ ଓ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି । ଆଜି ପୂର୍ବାହ୍ନରେ ଟିମ୍ ସଦସ୍ୟମାନେ  ପୁରୀର ବନ୍ୟାଞ୍ଚଳ ବୁଲି ଦେଖିବେ । ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular