ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ ହଜାର ୨ ଶହ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୪ ହଜାର ୨ଶହ୪୧ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୭୩୯ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୮୯ ଜଣ, ପୁରୀରୁ ୨୯୧ ଜଣ, ରାୟଗଡ଼ାରୁ ୬୬ଜଣ, ଭଦ୍ରକରୁ ୭୨ ଜଣ, ମୟୂରଭଞ୍ଜରୁ ୧୪୭ ଜଣ, ସୁନ୍ଦରଗଡ଼ରୁ ୧୫୪ ଜଣ, ବରଗଡ଼ରୁ ୧୪୯ ଜଣ, କେନ୍ଦୁଝରରୁ ୭୭ ଜଣ, ଗଞ୍ଜାମରୁ ୭୫ ଜଣ, ନବରଙ୍ଗପୁରରୁ ୧୦୭ ଜଣ, କେରାପୁଟରୁ ୯୮ ଜଣ, ସମ୍ବଲପୁରରୁ ୯୧ ଜଣ, ନୟାଗଡ଼ରୁ ୯୪ ଜଣ, ସୁବର୍ଣ୍ଣପୁରରୁ ୧୨୯ ଜଣ, ଜଗତସିଂହପୁରରୁ ୧୨୬ ଜଣ, ଅନୁଗୁଳରୁ ୮୪ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, ବୌଦ୍ଧରୁ ୯୪ ଜଣ, ବଲାଙ୍ଗିରରୁ ୪୪ ଜଣ, ନୂଆପଡ଼ାରୁ ୯୯ ଜଣ, ଝାରସୁଗୁଡ଼ାରୁ ୧୧୧ ଜଣ, କଳାହାଣ୍ଡିରୁ ୧୧୪ ଜଣ, କନ୍ଧମାଳରୁ ୧୧୬ ଜଣ, ଦେବଗଡ଼ରୁ ୬ ଜଣ, ଯାଜପୁରରୁ ୧୫୦ ଜଣ, ଢ଼େଙ୍କାନାଳରୁ ୮୬ ଜଣ, ଗଜପତିରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୮ ଜଣ ଓ ବାଲେଶ୍ୱରରୁ ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0