ନୂଆଦିଲ୍ଲୀ: ସମସ୍ତ ବୈଦୁତିକ ଗଣମାଧ୍ୟମ ଲାଗି ଏକ ନିର୍ଦ୍ଦିଷ୍ଟ ଗାଇଡ଼ ଲାଇନ ଜାରି କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ବୈଦୁତିକ ଗଣମାଧ୍ୟମ ଲାଗି ଗାଇଡ଼ ଲାଇନ ଜାରି କରିବା ପୂର୍ବରୁ ପ୍ରଥମେ ଡ଼ିଜିଟାଲ ମିଡ଼ିଆ ଉପରେ ଧ୍ୟାନ ଦେବା ଆବଶ୍ୟକ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଡ଼ିଜିଟାଲ ମିଡ଼ିଆ ବାସ୍ତବତାକୁ ଛାଡ଼ି ଅନେକ ମୂଲ୍ୟହୀନ ସମ୍ବାଦ ପରିବେଶଣ କରୁଛନ୍ତି । ଯାହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ୁଛି । ଟେଲିଭିଜନ ଠାରୁ ଡ଼ିଜିଟାଲ ମିଡ଼ିଆରେ ଖବରଟି ବହୁତ ଶୀଘ୍ର ଭାଇରାଲ ହୋଇଯାଉଛି । ସମସ୍ତ ଟିଭି ଚେନାଲ ମାନଙ୍କ ପ୍ରତି ଗାଇଡ଼ ଲାଇନ ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କୁ କହିଛନ୍ତି, ବ୍ୟକ୍ତିବିଶେଷଙ୍କ ପାଖରେ ଅନାୟାସରେ ପହଞ୍ଚି ପ୍ରଭାବ ପକାଇପାରୁଥିବାରୁ ମାନ୍ୟବର କୋର୍ଟ ପ୍ରଥମେ ଏମାନଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ । ସୁପ୍ରିମକୋର୍ଟରେ ଦାୟାର କରାଯାଇଥିବା ସତ୍ୟପାଠରେ ଡ଼ିଜିଟାଲ ମିଡ଼ିିଆ ଦ୍ୱାରା ସମାଜ ଉପରେ ପଡ଼ୁଥିବା କୁ-ପ୍ରଭାବ ବିଷୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଫେସବୁକ, ହ୍ୱାଟ୍ସଆପ ଏବଂ ଟୁଇଟର ମାଧ୍ୟମରେ ଖବର ଅତି ସହଜରେ ଭାଇରାଲ ହେଉଛି । ତେଣୁ ଏଥିପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି କରନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0