spot_img

ହରସିମରତ୍ କୌରଙ୍କ ଇସ୍ତଫା ମଞ୍ଜୁର କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳରୁ ହରସିମରତ୍ କୌରଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରୁ ହରସିମରତ୍‌ଙ୍କ ଇସ୍ତଫା ସମ୍ବିଧାନର ଅନୁଚ୍ଛେଦ ୭୫ର ଧାରା (୨) ଅନୁସାରେ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପରେ ରାଷ୍ଟ୍ରପତି , କ୍ୟାବିନେଟ୍ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ତାଙ୍କ ବିଭାଗ ବ୍ୟତୀତ ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରାଳୟର ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ କି ମୋଦୀ କ୍ୟାବିନେଟରୁ ହରସିମରତ୍ କୌର ତାଙ୍କ ଇସ୍ତଫା ବିଷୟରେ ଟ୍‌ିଟ୍ କରି ଜଣାଇଥିଲେ । ନିଜ ଟ୍ୱିଟରେ ସେ କହିଥିଲେ କି ସେ କୃଷକ ବିରୋଧୀ ଅଧ୍ୟାଦେଶ ଓ ନିୟମ ବିରୋଧରେ କେନ୍ଦ୍ରରୁ ଇସ୍ତଫା ଦେଉଛନ୍ତି । କୃଷକଙ୍କ ସହ ତାଙ୍କ ଝିଅ ଓ ଭଉଣୀ ରୂପରେ ସେ ଛିଡ଼ା ହେବେ । ହରସିମରତ୍ କୌର କେନ୍ଦ୍ରୀୟ ଖାଦ୍ୟ ଏବଂ ପ୍ରସଂସ୍କରଣ ମନ୍ତ୍ରୀ ଥିଲେ । ଏହା ପୂର୍ବରୁ ଗୁରୁବାର ଦିନ ଯେତେବେଳେ ବିଲକୁ ଲୋକସଭାରେ ଆଗତ କରାଯାଇଥିଲା, ସେତେବେଳେ ଶିରୋମଣି ଅକାଳୀ ଦଳର ସାଂସଦ ସୁଖବୀର ସିଂହ ବାଦଲ ବିରୋଦ କରିଥିଲେ । ସେ ଏହା ମଧ୍ୟ କହିଥିଲେ କି ହରସିମରତ୍ କୌର ମନ୍ତ୍ରୀପଦରୁ ଇସ୍ତଫା ଦେବେ । କିନ୍ତୁ ଶିରୋମଣି ଦଳର ସରକାରଙ୍କୁ ସମର୍ଥନ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular