ଚାରି ବର୍ଷ ପୂର୍ବେ ଆଜି ଦିନରେ ସେପ୍ଟମ୍ବର ୧୮ ,୨୦୧୬ ତାରିଖରେ ଜୈଶ-ଏ-ମହମ୍ମଦର ଚାରି ଆତଙ୍କବାଦୀ ଜାମ୍ମୁ କାଶ୍ମୀରର ଉରିରେ ଭାରତୀୟ ସେନାର ବ୍ରିଗେଡ ହେଡ କ୍ୱାର୍ଟର ଉପରେ ଆକ୍ରମଣ କରିଥିଲେ । ଭୋର ୫.୩୦ ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେତେବେଳେ ଅଧିକାଂଶ ସୈନିକ ଶୋଇଥିଲେ । ପ୍ରାୟ ୬ ଘଣ୍ଟା ଧରି ସୁରକ୍ଷାବଳ ପାଲଟା ଆକ୍ରମଣ କରିଥିଲା । ଏହି ଅପରେଶନରେ ଚାରି ଆତଙ୍କବାଦୀଙ୍କୁୁ ମାରିବାରେ ସକ୍ଷମ ହୋଇଥିଲା ଆମ ସେନା । ଏହି ଘଟଣାରୋ ଆମର ପ୍ରାୟ ୧୯ ଜଣ ଭାରତୀୟ ଜବାନ ସହିଦ ହୋଇଥିଲେ । ସାରା ଦେଶରେ ପାକିସ୍ତାନ ସରାକାର ଓ ଆତଙ୍କବାଦୀ ସଙ୍ଗଠନକୁ ନେଇ ଆକ୍ରୋଶ ଉଠିଥିଲା । ଏହା ପରେ ଭାରତ ସରକାର ଆକ୍ରମଣକାରୀଙ୍କୁ ଉଚିତ୍ ଜବାବ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଉରୀ ଆକ୍ରମଣର ପ୍ରାୟ ୧୦ ଦିନ ପରେ ୨୮-୨୯ ସେପ୍ଟେମ୍ବର ଅଧା ରାତିରେ ସ୍ପେଶଲ ଫୋର୍ସେସର ୧୫୦ କମାଣ୍ଡୋ ପାକିସ୍ତାନ ଅଧିକୃତ କାଶ୍ମୀରର (ପିଓକେ)ରେ ତିନି କିଲୋମିଟର ଯାଏଁ ପ୍ରବେଶ କରିଥିଲେ । ସେମାନେ ସେଠାରେ ଭିମ୍ବର, ଲିପା ୱେଲି , ତତ୍ତାପାନି ଇଲାକାର ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ପୁରା ପୁରି ଦୋହଲି ଯାଇଥିଲା । ସ୍ପେଶାଲ ଫୋର୍ସର କମାଣ୍ଡୋମାନେ ଆତଙ୍କବାଦୀଙ୍କ ଉପରେ ପାଲଟା ପ୍ରହାର କରି ସେମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲେ । ଏହି ଆକ୍ରମଣରେ ପ୍ରାୟ ୫୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହି ସର୍ଜିକାଲ ଷ୍ଟ୍ରାଇକ୍ରେ ପାକିସ୍ତାନ ସେନାର ଦୁଇ ଜବାନ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏହି ଅପରେସନ୍ ରାତି ୧୨.୩୦ରୁ ଆରମ୍ଭ ହୋଇ ଭୋର ୪.୩୦ ରେ ଶେଷ ହୋଇଥିଲା ।
ଏହାକୁ ନୂଆଦିଲ୍ଲୀର ସେନା ମୁଖ୍ୟ କାର୍ଯ୍ୟାଳୟରୁ ସିଧା ଅପରେଟ କରାଯାଉଥିଲା । ସର୍ଜିକାଲ ଷ୍ଟ୍ରାଇକ୍କୁ ଏତେ ଗୁପ୍ତ ରଖାଯାଇଥିଲା କି ସେନା ଅଧିକାଂଶ ଅଧିକାରୀଙ୍କୁ ମଧ୍ୟ ଏହାର ଖବର ନଥିଲା । ଶତ୍ରୁ ସୀମା ଭିତରେ ଚାଲିଥିବା ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ସେନ। ୱାର ରୁମ୍ରେ ତତ୍କାଳୀନ ରକ୍ଷା ମନ୍ତ୍ରୀ ମନୋହର ପାରିକର, ସେନା ପ୍ରମୁଖ ଦଳବୀର ସିଂହ ସୁହାଗ ସ୍ୱୟଂ ଉପସ୍ଥିତ ଥିଲେ । ପ୍ରତି ମୁହୂର୍ତ୍ତର ଖବର ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଉଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0