spot_img

ସଙ୍ଗରୋଧ ଗଲେ ଭିମସାରର ୫ ଡାକ୍ତର ଓ ୧୦ ନର୍ସ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୧୫ ଜଣ କରୋନା ଯୋଦ୍ଧାଙ୍କଠାରେ ସଂକ୍ରମଣ ସନ୍ଦେହ ପ୍ରକାଶ ପାଇବା ପରେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଛି । ଏମାନଙ୍କ ଭିତରୁ ବୁର୍ଲା ଭିମସାର ମେଡ଼ିକାଲ କଲେଜର ୫ ଜଣ ଡ଼ାକ୍ତର ଓ ୧୦ ଜଣ ନର୍ସ ଅଛନ୍ତି । ଏମାନଙ୍କ ଭିତରୁ ୨ ଜଣ ଡ଼ାକ୍ତର ହାଇ ରିସ୍କରେ ଥିବାବେଳେ ୧୦ ଜଣ ନର୍ସ ଲୋ ରିସ୍କରେ ଅଛନ୍ତି । ହାଇ ରିସ୍କରେ ଥିବା ଡ଼ାକ୍ତରଙ୍କୁ ୧୪ ଦିନିଆ ସଙ୍ଗରୋଧ ଓ ଲୋ ରିସ୍କରେ ଥିବା ୧୩ ଜଣଙ୍କୁ ସ୍ୱାବ୍ ରିପୋର୍ଟ ଆସିବା ଯାଏଁ ସଙ୍ଗରୋଧରେ ରହିବାକୁ କୁହାଯାଇଛି ।
ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ ଜଣେ ରୋଗୀ ଭିମସାରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା୧୫ ଜଣ କୋଭିଡ଼୍ ଯୋଦ୍ଧାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular