spot_img

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି ରାଜଧାନୀରୁ ପୁଣି ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ୱାରେଣ୍ଟାଇନରୁ ୯୦ ଓ ଲୋକାଲ କେସ୍ ଅଛନ୍ତି ୨୧୫ ଜଣ । ଆଜି ୫୧୭ ଜଣ ରୋଗୀ ସୁସ୍ଥ ହୋଇଥିବା ବିଏମସି ଟ୍ୱିଟ କରି ସୂଚନା ଦେଇଛି ।

 

ବଡ଼ଗଡ଼ ବ୍ରିଟ୍ କଲୋନୀରୁ ୩, ବାପୁଜୀ ନଗରରୁ ୪, ବମିଖାଲରୁ ୩, ବୁଦେ୍ଧଶ୍ୱର କଲୋନୀରୁ ୩, ଚନ୍ଦକାରୁ ୫, ଚନ୍ଦ୍ରଶେଖରପୁର ଏଚବି କଲୋନୀରୁ ୩, ଟଙ୍କପାଣି ରୋଡରୁ ୩, ବେସରକାରୀ ହସ୍ପିଟାଲର ୯ କର୍ମଚାରୀ, ଜୟଦେବ ବିହାରରୁ ୩, ଜାଗମରାରୁ ୪, ଭିଏସଏସ ନଗରରୁ ୪, ହଂସପାଳରୁ ୫, ଗଙ୍ଗୋତ୍ରୀ ନଗରରୁ ୩, ଗଙ୍ଗନଗରରୁ ୩, ନୟାପଲ୍ଲୀରୁ ୮, ନିଳାଦ୍ରୀ ବିହାରରୁ ୩, ପଳାସପଲ୍ଲୀରୁ ୩, ଆଇଆରସି ଭିଲେଜରୁ ୯, ୟୁନିଟ୍ -୯ରୁ ୪, ପାତ୍ରପଡ଼ାରୁ ୫, ପଟିଆରୁ ୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ବିଏମକସି ଅଞ୍ଚଳରୁ ୧୭,୯୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ଘଟିଛି । ୧୩,୬୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ୪୨୧୨ ଜଣ ବିଭିନ୍ନ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular