spot_img

ଶୋପିୟା ଏନକାଉଣ୍ଟରରେ ଜବାନଙ୍କ ନିୟମ ଉଲଘଂନ, ମାନିଲା ସେନା, କାର୍ଯ୍ୟାନୁଷ୍ଠାନ ଆଦେଶ

ଶ୍ରୀନଗର: ଶୁକ୍ରବାର ଭାରତୀୟ ସେନା ଗୋଟିଏ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜୁଲାଇ ୧୮ ତାରିଖରେ ଜମ୍ମୁ-କାଶ୍ମୀର ଶୋପିୟାଠାରେ ହୋଇଥିବା ବିବାଦୀୟ ଏନକାଉଣ୍ଟର ସମୟରେ ନିୟମ ଅବହେଳା କରିଥିବା ଅଭିଯୁକ୍ତମାନଙ୍କ ଉପରେ ଅନୁଶାସନମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦେଶ ଦେଇଛି । ଏହି ଘଟଣାରେ ସେନାର କୋର୍ଟ ଅଫ୍ ଇନକ୍ୱାରୀ ଯବାନମାନଙ୍କୁ ଦୋଷୀ ମାନିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦେଇଛି ।
ସୂଚନା ମୁତାବକ, ଜୁଲାଇ ୧୮ ତାରିଖରେ ଜମ୍ମୁ-କାଶ୍ମୀରର ଶୋପିୟାଠାରେ ଜବାନଙ୍କ ଏନକାଉଣ୍ଟରରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ପିଡିତମାନଙ୍କ ପରିବାର ସେନାର କାର୍ଯ୍ୟନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଥିଲେ । ସେମାନେ କହିଥିଲେ ଏହା ଫର୍ଜି ଏନକାଉଣ୍ଟର । ଏନକାଉଣ୍ଟରରେ ପ୍ରାଣହାରିଥିବା ଲୋକମାନଙ୍କର ଆତଙ୍କବାଦୀ ସହିତ କୌଣସି ସଂପର୍କ ନଥିବା ସେମାନେ ଅଭିଯୋଗ କରିଥିଲେ । ଏନକାଉଣ୍ଟରରେ ମରିଥିବା ୩ ଜଣଙ୍କ ଡିଏନଏ ରିପୋର୍ଟ ଆସିବା ବାକି ରହିଛି ।
ଏହି ଘଟଣାରେ ଡିଫେନ୍ସ ପିଆରଓଙ୍କ କହିବା କଥା ହେଲା, ଶୋପିୟା ଅପରେସନ୍ କୁ ନେଇ ଆର୍ମୀ ତଦନ୍ତ ପୁରା ହୋଇଯାଇଛି । ଅପରେସନ୍ ସମୟରେ କ୍ଷମତାର ଦୂରୁପଯୋଗ କରାଯାଇଛି । ସୁପ୍ରିମକୋର୍ଟ ତରଫରୁ ଦିଆଯାଇଥିବା ନିର୍ଦେଶର ଅବହେଳା ହୋଇଛି । ଘଟଣାର ଅଭିଯୋଗ ମିଳିବା ପରେ ଆର୍ମୀ ଆକ୍ଟ ଅନୁସାରେ ତଦନ୍ତ ଆରମ୍ଭ କରାଯାଇଛି । ଯେଉଁମାନେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular