ଭୁବନେଶ୍ୱର: ପୁଣି ଫେରିଛି ସିବିଆଇ । ଦୀର୍ଘଦିନର ନୀରବତା ପରେ ଚିଟଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଆଜି ଚିହିକି ଉଠିଛି । ଆଜି ବିଧାୟକ ଦେବୀ ମିଶ୍ରଙ୍କ ଘରେ ରେଡ କରିଛି ସିବିଆଇ । ସି-ସୋର ଚିଟଫଣ୍ଡ ଠକେଇ ଲିଙ୍କରେ ସିବିଆଇର ୭ ଜଣିଆ ଟିମ ଦେବୀ ମିଶ୍ରଙ୍କ ସରକାରୀ ବାସଭବନ, ତାଙ୍କ ଭାଇ ଓ ଶଶୂର ଘର ସମେତ ବିଭିନ୍ନ ସ୍ଥାନରେ ଛାପା ମାରିଥିଲା । ଏବେ ପୁଣି ଆଉ ୮ଟି ସ୍ଥାନରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି । ସେହିପରି ପୂର୍ବତନ ପର୍ୟ୍ୟଟକ ନିର୍ଦ୍ଦେଶକ ରବିନାରାୟଣ ନନ୍ଦ, ସ୍ୱାଗତିକା ଇନଫ୍ରା ଏମଡି ପ୍ରଶାନ୍ତ ପଟ୍ଟନାୟକଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଏହା ସହ ଆଭେନ୍ୟୁ ଆସୋସିଏଟ୍ ଏମଡି ବିଷ୍ଣୁ ମିଶ୍ରଙ୍କ ଘରେ ମଧ୍ୟ ରେଡ୍ କରିଛି ସିବିଆଇ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0