ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳାକୁ ନେଇ ବିଜେପି ପକ୍ଷରୁ ଆନେ୍ଦାଳନ ଜାରି ରହିଛି । ଆସନ୍ତା ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଏନେଇ ପଦଯାତ୍ରା କରିବ । ଆଜି ବିଜେପି ନେତା ପ୍ରଭଞ୍ଜନ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲ୍ଲା ବିଜେପି ଆନ୍ଦୋଳନକୁ ନୂଆ ରୂପ ଦେବା ସହ ଏଥିରେ ଜଗନ୍ନାଥପ୍ରେମୀ ଓ ଜନସାଧାରଣଙ୍କୁ ସମର୍ଥନ ଓ ସହଯୋଗ କରିବାକୁ ଆହ୍ବାନ ଦେଇଛି।
ଏହି ପଦଯାତ୍ରା ପୁରୀ ସିଂହଦ୍ବାରରୁ ବାହାରି ନବୀନ ନିବାସ ପର୍ୟ୍ୟନ୍ତ ଯିବ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ସାଧାରଣ ଲୋକଙ୍କ ଦାବି ଉପସ୍ଥାପନ କରାଯିବ। ବଗଲା ଜମି ବିକ୍ରି କବଲା ରଦ୍ଦ କରିବା ସହିତ ଏଠାରେ ଗରିବ ଲୋକଙ୍କ ରହଣି ପାଇଁ ଏକ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଦାବି କରାଯିବ। ତେବେ ଜାରି ରହିଥିବା ଧାରଣା ପ୍ରତୀକାତ୍ମକ ଭାବେ ଚାଲିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରଭଞ୍ଜନ ମହାପାତ୍ର, ଚଣ୍ଡୀପ୍ରସାଦ ସିଂହ, ଉମାକାନ୍ତ ନାୟକ, ସଂଜୀବ କୁମାର ମୁଖାର୍ଜୀ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଜୟନ୍ତ ଦାସ, ଜିଲ୍ଲା ଉପସଭାପତି ଦିଗଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଥିଲେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0