ଭୁବନେଶ୍ବର: କଟକ- ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିଛନ୍ତି କମିଶନରେଟ୍ ପୁଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡକୁ ଆସିଛି ପୁଲିସ। ଦୋକାନଗୁଡିକୁ ଯାଞ୍ଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ଗତକାଲି ୨୮୩୩ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ୱରର ୪୧ଟି ଦେକାନକୁ ସିଲ୍ କରାଯାଇଥିବା ନେଇ ଡିସିପି ସ୍ପଷ୍ଟ କରିଛନ୍ତି। ଏଥିମଧ୍ୟରେ ଗ୍ରିନ୍ ଚିଲ୍ଲି ନାମକ ଏକ ଫାଷ୍ଟ ଫୁଡ୍ ଆଉଟଲେଟ୍ ବି ଅନ୍ତର୍ଭୁକ୍ତ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0