ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆରୁ ଏକ ଭଲ ଖବର ଆସିଛି । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ରୁଷ୍ ପ୍ରଶାସନ ସବୁଜ ସଙ୍କେତ ଦେଇଛି । ଏହି ଔଷଧର ନା ‘କରୋନାଭିର’ । ଆଗାମୀ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି । ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଆକ୍ରାନ୍ତ ଡାକ୍ତରଙ୍କ ପରାମର୍ଶରେ ଏହାକୁ ଖାଇପାରିବେ । ‘କରୋନାଭିର’କୁ ନିର୍ମାଣ କରିଥିବା କମ୍ପାନୀ ଆର୍ ଫାର୍ମା ୧୬୮ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହାକୁ ଅନୁମତି ମିଳିଥିବା କଥା ‘କରୋନାଭିର’କୁ ନିର୍ମାଣ କରିଥିବା କମ୍ପାନୀ ଆର୍ ଫାର୍ମା କହିଛି । ସୂଚନା ଯୋଗ୍ୟ କି ଜ।ପାନ ଦ୍ୱାରା ବିକଶିତ ଫାବିପିରାଭିର ଔଷଧ ମଧ୍ୟ କରୋନା ମୁକାବିଲାରେ ସାହାଯ୍ୟ କରିବ ବୋଲି ଜଣାପଡ଼ିଛି । କରୋନା ବିରୋଧୀ ଲଢ଼େଇରେ ରୁଷ୍ , ସାରା ବିଶ୍ୱରେ ଆଗୁଆ ଥିବା ପ୍ରମାଣ କରି ଦେଖାଇଛି । ରୁଷିଆର ପ୍ରଥମ ଟିକା ‘ସ୍ଫୁଟନିକ୍ –ଭି’ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0