ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶରଣକୁଳ ଥାନା ଅଧୀନ ଓଡ଼ଗାଁ ବ୍ଲକ୍ର ପାଣିଭଣ୍ଡାର ଗ୍ରାମରେ ଏକ ଶବକୁ ପୋଖରୀ କୂଳରେ ଫିଙ୍ଗିଦିଆଯାଇଛି । ସୂଚନା ମୁତାବକ, ଗ୍ରାମର ବିପିନ ଡାକୁଆଙ୍କ ବାପା ପ୍ରଫୁଲ୍ଲ ଡାକୁଆଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କ ସହିତ ବିପିନଙ୍କର ପ୍ରାୟ ୩ ବର୍ଷ ହେବ ଭଲ ସମ୍ପର୍କ ନଥିଲା। ଏହି କାରଣରୁ ପ୍ରଫୁଲ୍ଲଙ୍କ ଶବକୁ ଗ୍ରାମବାସୀ ମଶାଣିରେ ପୋଡ଼ିବାକୁ ଅନୁମତି ଦେଇନଥିଲେ। ଫଳରେ ବିପିନ ଶବ ପୋଡି ନପାରି ଶବ ସତ୍କାର କରିବା ପାଇଁ ଗାଁ ପୋଖରୀ କୂଳରେ ପିଙ୍ଗି ଆସିଥିଲେ। ଶେଷରେ ଶରଣକୁଳ ଥାନା ପୁଲିସର ହସ୍ତକ୍ଷେପ ପରେ ପ୍ରାୟ ୨୨ ଘଣ୍ଟା ପରେ ଯଥାରୀତି ପଡ଼ୋଶୀ ଗ୍ରାମରେ ଶବ ସତ୍କାର କରାଯାଇଥିବା ଜଣାଯାଇଛି। ଏଭଳି କାଣ୍ଡ ପାଇଁ ଗ୍ରାମ ସଭାପତି, ସମ୍ପାଦକ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0