spot_img

ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ

ପୁରୀ: ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମିରେ ବଡ଼ ଧରଣର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ୱୟଂ ପୁରୀ ଜିଲ୍ଲା ପ୍ରଶାସନ ଏହାର ଆୟୋଜନ କରିଥିଲା । ଏକ ସାଙ୍ଗରେ ପୁରୀର ୫୧ଟି ସ୍ଥାନରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ପ୍ରତ୍ୟେକ ସ୍ଥାନରେ ୧୦ଜଣ ସ୍ୱେଛାସେବୀ, ଜଣେ ନୋଡ଼ାଲ ଅଫିସର ନିଯୁକ୍ତ ହୋଇଥିଲେ । ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ଓ ସମୁଦ୍ର ସୁରକ୍ଷାର ସଚେତନତା ପାଇଁ ଏହା ଏକ ବଡ଼ ପ୍ରୟାସ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular