spot_img

ଆଜିଠୁ ଆଇପିଏଲ ଲଢ଼େଇ ଆରମ୍ଭ

ଆବୁଧାବି: କରୋନା ମହାମାରୀ ମଧ୍ୟରେ ଆଜିଠାରୁ ଦୁବାଇରେ ଆଇପିଏଲ ଆରମ୍ଭ ହେଉଛି । ଆଇପିଏଲ-୧୩ ସିଜନର ଏହି ପ୍ରଥମ ମ୍ୟାଚ ଆଇପିଏଲ ଇତିହାସର ଦୁଇ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । କିନ୍ତୁ ଏଥର ଷ୍ଟାଡ଼ିୟମରେ ଭାରତୀୟ ଦର୍ଶକ ନଥିବେ । ପୁରା ଟୁର୍ଣ୍ଣାମେଣ୍ଟ ଖାଲି ଷ୍ଟାଡିୟମରେ ହିଁ ଖେଳାଯିବ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଏହି ମ୍ୟାଚ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ଏହି ଦୁଇ ଟିମ୍ ୨୮ଟି ମ୍ୟାଚ ଖେଳିଛନ୍ତି । ୧୭ଥର ମୁମ୍ବାଇ ଇଣ୍ଡିଆନସ୍ ଜିତିଥିବା ବେଳେ ୧୧ ଥର ଚେନ୍ନାଇ ସୁପର କିଙ୍ଗସ୍ ବାଜି ମାରିଛି । ଯଦି ଦୁବାଇରେ ହୋଇଥିବା ମ୍ୟାଚ ବିଷୟରେ କହିବା ତେବେ ୨୦୧୪ ମସିହାରେ ହୋଇଥିବା ପାଞ୍ଚଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ହାରିଛି । ତେଣୁ ମୁମ୍ବାଇ ପାଖରେ ପ୍ରଥମ ଥର ମ୍ୟାଚ ଜିତିବାର ଅବସର ଅଛି । ସେପଟେ ଚେନ୍ନାଇ ସୁପର କିଙ୍ଗସ୍ ସୁରେଶ ରୈନା ଓ ହରଭଜନ ସିଂହଙ୍କ ବିନା ପଡ଼ିଆକୁ ଓହ୍ଲାଇବ । ଏହି ଦୁଇ ଜଣଙ୍କ ବିନା ପଡ଼ିଆକୁ ଓହ୍ଲାଇବା ସିଏସକେ ପାଇଁ ଏକ ଚ୍ୟାଲେଞ୍ଜ । କିନ୍ତୁ ମହେନ୍ଦ୍ର ସିଂହ ଧୋନୀ ଚାପରେ ଥାଇ ବାଜି ମାରିବା ଓ ଯେକୌଣସି ପରିସ୍ଥିତିରେ ଦଳର ମନୋବଳ ବଢ଼ାଇ ଦଳକୁ ଆଗକୁ ନେଇଯିବା ପାଇଁ ବଦ୍ଧ ପରିକର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular