ବଣାଇ: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଥାନା ଅଞ୍ଚଳରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଝାଡ଼ଖଣ୍ଡ କିରିବୁର ଅଞ୍ଚଳରୁ ଦୁଇ ଜଣ ବ୍ୟକ୍ତି ଏକ ଶୁଦ୍ଧିକ୍ରିୟାକୁ ଯୋଗ ଦେବା ପାଇଁ ଓଡ଼ିଶାକୁ ଆସିଥିଲେ । ଶୁଦ୍ଧିକ୍ରିୟାରୁ ଯୋଗଦେଇ ଫେରୁଥିବା ସମୟରେ କୋଇଡ଼ା ଥାନା ଡ଼େଙ୍ଗୁଳା ଛକ ବାଲିଯୋରି ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0