ଭୁବନେଶ୍ୱର: ଓଲିଉଡର ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ବୈବାହିକ ବିଚ୍ଛେଦ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଦିଲ୍ଲୀରୁ କଟକକୁ ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ପାଇଁ ଦିଲ୍ଲୀ ସ୍ଥିତ ପଟିଆଲା ହାଉସକୋର୍ଟରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ସୁପ୍ରିମାକର୍ଟେରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ବର୍ଷା । ତେଣୁ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା କଟକ ଫ୍ୟାମିଲି କୋର୍ଟରେ ମାମଲା ରୁଜୁ କରିଛନ୍ତି । ତେଣୁ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0