ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଆଡିକସନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ଅଭିନେତା ରଣବୀର ଶୌରୀ ବଲିଉଡରେ ଡ୍ରଗ୍ସ ଆଡିକସନ ଏବଂ ନେପୋଟିଜମକୁ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ, କାହାକୁ ବି ସାଧୁ କୁହାଯାଇପାରିବ ନାହିଁ କିମ୍ବା କାହାକୁ ବି ଡ୍ରଗ୍ ଆଡିକ୍ଟ କୁହାଯାଇପାରିବ ନାହିଁ । ଘଉଈକୁ ତଦନ୍ତ କରିବାର ଅଧିକାର ଅଛି ଏବଂ ତଦନ୍ତ ହେବା ମଧ୍ୟ ଆବଶ୍ୟକ ।ରଣବୀର କହିଛନ୍ତି ଯେ, ‘ମୁଁ ଏଥିପାଇଁ ମୁହଁ ଖୋଲି କହୁଛି କାରଣ, ମୁଁ ସେମାନଙ୍କୁ ଖୁସି କରିନଥିଲି । ମୁଁ ମୋ ଆତ୍ମା ଉପରେ ପାଦ ରଖି ଆଗକୁ ବଢ଼ିବାକୁ ଚେଷ୍ଟା କରିଛି । ମତେ ଯେଉଁ କାମ ମିଳେ ମୁଁ ସେଥିରେ ଖୁସି ଅଟେ ।’



Visitors Today : 5
Total Visitors : 130174
Total Views : 9891621
Visitors Online Now : 0