ଢେଙ୍କାନାଳ: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି । କୋଭିଡ଼ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାକୁ ଖାତିର ନକରି କିଛି ଖଣି ମାଫିଆ ବେଆଇନ ଭାବରେ ପଥର ଚାଲାଣ କରିବାରେ ଲାଗିଛନ୍ତି । ଆଜି ତହସିଲଙ୍କ ପକ୍ଷରୁ ଖାଦାନ ଉପରେ ଚଢାଉ କରାଯାଇଛି ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଳା ଓଡ଼ପଡ଼ା ତହସିଲ ଅଞ୍ଚଳରେ ବେଆଇନ ଭାବରେ ଶହ ଶହ ଟ୍ରିପ ଚୋରା କଳାମୁଗୁନି ପଥର ଚାଲାଣ କରାଯାଉଛି । ଫଳରେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଓଡ଼ାପଡ଼ା ତହସିଲ ପକ୍ଷରୁ ରାଣୀବଣିଆ ଖାଦାନ ଉପରେ ଚଢାଉ କରିଥିଲେ । ଏହି ଚଢାଉ କରି ୫ଟି ସ୍ପଲ ବୋଢେଇ ଟିପ୍ପର ଜବତ ହୋଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0