spot_img

ଆଇପିଏଲ ଷ୍ଟାଡ଼ିୟମ ଭିତରକୁ ଗଣମାଧ୍ୟମକୁ ମନା: ବିସିସିଆଇ

ଦୁବାଇ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୦ର ଉଦଘାଟନୀ ମ୍ୟାଚ । ଏହି ମ୍ୟାଚ ଦୁବାଇରେ ହେବାକୁ ଯାଉଛି । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ଶୁକ୍ରବାର ଦିନ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସୁରକ୍ଷା ନିୟମ ଅନୁସାରେ ଆଇପିଏଲ ମ୍ୟାଚରେ ଷ୍ଟାଡ଼ିୟମ ଭିତରକୁ ଗଣମାଧ୍ୟମକୁ ବାରଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେକ ମ୍ୟାଚ ସରିବା ପରେ ପ୍ରେସ କନଫେରେନ୍ସ ଆୟୋଜନ ହେବ । ବିସିସିଆଇ ଏକ ସାମ୍ବାଦିକ ସମ୍ମୀଳନୀରେ କହିଛି ଯେ, ଡ଼୍ରିମ ୧୧ ପ୍ରିମିୟର ଲିଗ ୨୦୨୦ କୋଭିଡ଼-୧୯ ମହାମାରୀ କାରଣରୁ ୟୁଏଇର ବନ୍ଦ ଷ୍ଟାଡ଼ିୟମରେ ଆୟୋଜିତ କରାଯିବ । ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ମିଡ଼ିଆ କର୍ମଚାରୀମାନଙ୍କୁ ମ୍ୟାଚ କଭର କରିବା ପାଇଁ ଷ୍ଟାଡ଼ିୟମ ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସୂଚନା ଅନୁସାରେ ୟୁଏଇ ମିଡ଼ିଆଙ୍କୁ ଛାଡ଼ି ଅନ୍ୟ କୌଣସି ମିଡ଼ିଆଙ୍କର ରେଜିଷ୍ଟେସନ କରାଯିବ ନାହିଁ । ଯେଉଁ ସାମ୍ବାଦିକ ଏହି ସମୟରେ ବିସିସିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବେ, ସେମାନେ କେବଳ ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular