spot_img

ବାଘ ଛାଲ ସହ ବାରହା ମାଂସ ଜବତ

ନୂଆପଡା- ନୂଆପଡା ବନ ବିଭାଗକୁ ମିଳିଛି ବଡ ସଫଳତା। ବାଘ ଛାଲ ସହ ୨୦ କେଜି ବାରହା ମାଂସ ବିଭିନ୍ନ ଅସ୍ତ୍ରସସ୍ତ୍ର ଜବତ। ଜଣେ ମହିଳା ସମେତ ୩ ଗିରଫ। ସମସ୍ତେ ନୂଆପଡା ରେଞ୍ଜ ଟିପାଝର ଗ୍ରାମର ହୋଇଥିବା ଏସିଏଫ ସୂଚନା ଦେଇଛନ୍ତି ।ନୂଆପଡା ଜିଲ୍ଲାରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢିବାରେ ଲାଗିଛି । ପୂର୍ବରୁ ସିମାନ୍ତବର୍ତ୍ତୀ ଛତିଶଗଡ଼ ରାଜ୍ୟର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଓଡିଶା ବେପାରୀଙ୍କୁ ଗିରଫ କରିଛି। ଗତକାଲି ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫଙ୍କ ସହ ନୂଆପଡା ଓ ଖରିଆର ରୋଡ ରେଞ୍ଜର କର୍ମଚାରୀମାନେ ଧରମବନ୍ଧା ଥାନା ଟିପାଝର ଗାଁର ଜଣକ ଘରେ ରାତି ଅଧିଆ ଚଢାଉ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular