spot_img

ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୩୩୦ ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଟି ଓ କଟକ ଜିଲ୍ଲାରୁ ୫୪୯ ଟି ମାମଲା ରହିଛି ।ସେହିପରି ପୁରୀରୁ ୨୯୨ଟି, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, ବରଗଡ଼ରୁ ୯୯, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୭୬ଟି, ମୟୁରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୫୩, ନୂଆପଡ଼ାରୁ ୬୨, ସମ୍ବଲପୁରରୁ ୧୦୭, ବଲାଙ୍ଗୀରରୁ ୭୯ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମରୁ ୫୧, କେନ୍ଦୁଝରରୁ ୧୧୮ ଟି, ନବରଂଗପୁରରୁ ୧୩୩ଟି, କୋରାପୁଟରୁ ୯୪ଟି, ରାୟଗଡ଼ାରୁ ୮୫ଟି, ସୋନପୁରରୁ ୨୫ଟି, ଭଦ୍ରକରୁ ୭୪ଟି, ନୟାଗଡ଼ରୁ ୫୩ଟି, ସୁନ୍ଦରଗଡ଼ରୁ ୧୨୩ଟି, ଢେଙ୍କାନାଳରୁ ୬୭ଟି ମାମଲା ଚିହ୍ନଟ ହୋଇଛି ।  ୪୨୭୦ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୭୪୬୯ ଥିବାବେଳେ ୧୪୧୬୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୯୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୭୬୬୯୭୬ ଟି କରୋନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular