spot_img

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡା

ନୂଆଦିଲ୍ଲୀ: ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗଉଡା । ରବିବାର ୮୭ ବର୍ଷୀୟ ଶ୍ରୀ ଗୌଡା ଜୁନ୍ରେ କର୍ଣ୍ଣାଟକରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ୧୯୯୬ ପରେ ପ୍ରଥମ ଥର ପାଇଁ ଜେଡିଏସ୍ ନେତା ଉଚ୍ଚ ସଦନର ସଦସ୍ୟ ହୋଇଛନ୍ତି । ରବିବାର ସଦନର ବୈଠକ ଆରମ୍ଭ ହେବା ପରେ ସଭାପତି ଏମ୍. ଭେକିୟା ନାଇଡୁ ନବ ନିର୍ବାଚିତ ସଦସ୍ୟଙ୍କ ଦ୍ୱାରା ତାଙ୍କୁ ଶପଥ ନେବା ପାଇଁ ଆବାହନ କରିଥିଲେ । କନ୍ନଡ ଭାଷାରେ ଶପଥ ନେବା ପରେ ଶ୍ରୀ ଗୌଡା ହାତ ଯୋଡି ନିଜ ଚୌକିର ଅଭିବାଦନ କରିଥିଲେ । ଏହି ଅବସରରେ ଶ୍ରୀ ନାଇଡୁ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆମ ଦେଶର ଜଣେ ବରିଷ୍ଠ ନେତା ଆଜି ଆମ ସଦନରେ ଯୋଗ ଦେଇଛନ୍ତି । ଏହା ସଦନ ପାଇଁ ବେଶ୍ ଲାଭଦାୟକ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular