spot_img

ସ୍କର୍ପିଓ , ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ କିରୀକୁଟି ପଞ୍ଚାୟତ ଡଙ୍ଗେରି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତ କାଲି ରାତି ପ୍ରାୟ ୮:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ମୁତାବକ, ଦୁଇ ଜଣ ଯୁବକ ବାଇକ ଯୋଗେ ଏକ ଘୁଷୁରୀ ଧରି କିରୀକୁଟିରୁ ବାହାରି ନିଜ ଗ୍ରାମକୁ ଫେରୁଥିଲେ । ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କର୍ପିଓ ଉକ୍ତ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।  ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ । ସ୍କର୍ପିଓ ଗାଡିଟିକୁ ପୋଲିସ ଜବତ କରିବା ସହ ଗାଡି ଚାଳକକୁ ଅଟକ ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular