spot_img

ଉଛୁଳା ନଈରେ ଫସିଗଲେ ୨ ଯୁବକ

ବାରିପଦା: ଗାଧୋଇବାକୁ ଯାଇ ମଝି ନଈରେ ଫସିଗଲେ ୨ ଯୁବକ । ତାଙ୍କ ସହ ୨ଟି ଛେଳି ମଧ୍ୟ ଫସିଯାଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷୀ ବ୍ଲକରେ । ବୁଢାବଳଙ୍ଗ ନଦୀକୁ ଆଜି ସକାଳେ ଦୁଇ ଭାଇ ଗାଧୋଇବାକୁ ଯାଇଥିଲେ । ସେମାନେ ନଦୀ ଭିତରେ ପ୍ରାୟ ୨୫ ଫୁଟ ଦୂରକୁ ପଳାଇଥିଲେ । ସେତେବେଳେ ନଦୀରେ ବିଶେଷ ପାଣି ନ ଥିବା ବେଳେ ହଠାତ୍ ପାଣି ମାଡି ଆସିଥିଲା । ଉଛୁଳା ନଦୀକୁ ଦେଖି ଜୀବନ ବିକଳରେ ୨ ଭାଇ ନଦୀ ମଝିରେ ଥିବା ଏକ ପଥର ଉପରକୁ ଉଠି ଯାଇଥିଲେ । ତାଙ୍କ ସହ ୨ଟି ଛେଳି ମଧ୍ୟ ଭୟଭୀତ ହୋଇ ପଥର ଉପରକୁ ପଳାଇଥିଲେ । ପ୍ରାୟ ଘଣ୍ଟାଏ ପରେ ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଶେଷରେ ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular