spot_img

ଆଉ ଦୁଇଟି ମ୍ୟାଚ ଖେଳିବେନି ବ୍ରାଭୋ

ଦୁବାଇ: ଆଇପିଏଲର ୧୩ତମ ସଂସ୍କରଣର ପ୍ରଥମ ମ୍ୟାଚ ଖେଳିବାରେ ଡ୍ୱାନେ ବ୍ରାଭୋ ବଞ୍ଚିତ ହୋଇଛନ୍ତି । ବ୍ରାଭୋ ଆଉ ଦୁଇଟି ମ୍ୟାଚ ଖେଳିବେନି ବୋଲି ସିଏସକେର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ, କାରବୀୟ ପ୍ରିମିୟର ଲିଗରେ ଖେଳିବା ସମୟରେ ବ୍ରାଭୋଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ବିଗତ କିଛି ଦିନ ହେବ ସେ ଏହି ଆଣ୍ଠୁ ଯନ୍ତ୍ରଣା ସମସ୍ୟାରେ ପୀଡ଼ିତ ଥିଲେ । ଏହି ସମସ୍ୟାରୁ ମୁକୁଳିବା ପାଇଁ ତାଙ୍କୁ ଆଉ କିଛି ଦିନ ସମୟ ଲାଗିବ । ଇତି ମଧ୍ୟରେ ସେ ଦଳର ଆଗାମୀ ଦୁଇଟି ମ୍ୟାଚ ଖେଳିପାରିବେନି ବୋଲି ଫ୍ଲେମିଂ ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ଆଇପିଏଲ ସଂସ୍କରଣରେ ସିଏସକେ ଦଳ ୩ଥର ଚମ୍ପିଆନ ହୋଇଥିଲା । ଚଳିତ ବର୍ଷ ଉଦଘାଟନୀ ମ୍ୟାଚରେ ପୂର୍ବ ବର୍ଷୀୟ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଅଲରାଉଣ୍ଡର ସାମ କରନ ୬ ବଲରେ ୧୮ ରନ କରିବା ସହ ଗୋଟିଏ ୱିକେଟ ନେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular