କେରଳ ରାଜ୍ୟ ତିରୁବନନ୍ତପୁରମ୍ ଜିଲ୍ଲା ଅନ୍ତର୍ଗତ ପୂନ୍ତୁରା ଗାଁରେ ୬୦୦ ସ୍ବାବ୍ ନମୁନାରୁ ୧୧୯ ଜଣ ବାସିନ୍ଦା କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ଗାଁ’କୁ କର୍ଡନ୍ କରାଯାଇ ୨୫ ଜଣ କମାଣ୍ଡୋ ଓ ୬ଟି ସ୍ବାସ୍ଥ୍ୟକର୍ମୀ ଟିମ୍ ମୁତୟନ କରାଯାଇଛି। ବୁଧବାର ଦିନ ଏଥିରୁ ୫୪ଟି ନମୁନା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଥିଲା।
ଜିଲ୍ଲା ମହାମାରୀ ନିୟନ୍ତ୍ରଣ କଟକଣାର ଦାୟିତ୍ବରେ ଥବା ମନ୍ତ୍ରୀ କଦମପାଲ୍ଲୀ ସୁରେନ୍ଦ୍ରନ୍ ଗଣମାଧ୍ୟମକୁ କହିଲେ, ସେ ଗାଁରେ ଜଣେ ସୁପରସ୍ପ୍ରେଡର୍ଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ଉପସ୍ଥିତି ଯୋଗୁଁ ଗାଁରେ ଦ୍ରୁତ ବେଗରେ ସ୍ଥାନୀୟ ସଂକ୍ରମଣ ବଢ଼ିଯାଇଛି।
ସ୍ବାସ୍ଥ୍ୟ ଓ ଜିଲ୍ଲା ପ୍ରଶାସନ ସେ ଗାଁରେ ସଂକ୍ରମଣ ପ୍ରତିହତ କରିବାକୁ ଚରମ ପଦକ୍ଷେପ ଗ୍ରହଣ କରି ତିନୋଟି ୱାର୍ଡକୁ କ୍ରିଟିକାଲ୍ କଣ୍ଟେନ୍ମେଣ୍ଟ୍ ଜୋନ୍ ଓ ପାଞ୍ଚଟି ୱାର୍ଡକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ଗାଁ ଭିତରକୁ ପ୍ରବେଶ ନିଷେଧ କରାଯାଇଥିବା ବେଳେ ସମୁଦ୍ରରେ ମଧ୍ୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ଗାଁର କୌଣସି ଲୋକଙ୍କୁ ମଧ୍ୟରାଜ୍ୟ ସୀମା ଟପି ତାମିଲିନାଡୁକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ। ଗାଁର ସବୁ ଘରକୁ ବିଶୋଧନ କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ଘୋଷଣା ହେଲାଯାଏଁ ତିରୁବନନ୍ତପୁରମ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛମରା କାର୍ୟ୍ୟ ନିଷେଧ କରାଯାଇଛି।
ଏଠାରେ ପ୍ରକାଶଯୋଗ୍ୟ କି, ଲକ୍ଡାଉନ୍ ସମୟରେ ବି ପୂନ୍ତୁରା ଗାଁର ମତ୍ସ୍ୟଜୀବୀ ସବୁବେଳେ ମାଛଧରିବା ପାଇଁ ତାମିଲନାଡୁକୁ ଯାଉଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0