ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଜାରି ରହିଛି ସଂସଦର ମୌସୁମୀ ଅଧିବେଶନ । ହଙ୍ଗାମା ଜାରି ଥିଲେ ମଧ୍ୟ ଲିଖିତ ପ୍ରଶ୍ନୋତ୍ତର ଜାରି ରହିଛି । ବିଦେଶ ମନ୍ତ୍ରାଳୟ ସଂସଦକୁ ଦେଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଏଯାବତ ପ୍ରାୟ ୫୮ଟି ଦେଶକୁ ଗସ୍ତ କରିଛନ୍ତି । ତାଙ୍କ ଯାତ୍ରାରେ ପ୍ରାୟ ୫୧୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଧାନମନ୍ତ୍ରୀ ତାଙ୍କର ଏହି ଯାତ୍ରା ସମୟରେ ଅନେକ ଦେଶ ସହ ବଡ଼ ବଡ଼ କ୍ଷେତ୍ର ସହିତ ଚୁକ୍ତି କରିଛନ୍ତି । ଏଥିରେ ଟ୍ରେଡ୍ , ଇନଭେଷ୍ଟମେଣ୍ଟ, ଡିଫେନ୍ସ ସମେତ ଅନ୍ୟ ବଡ଼ କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହା ସହ ଆର୍ଥିକ ବିକାଶ ଏଜେଣ୍ଡାରେ ରାଷ୍ଟ୍ରୀୟ ମିଶନର ବିସ୍ତାର ହୋଇଥିଲା । କରୋନା ସଙ୍କଟ ଆସିବା ପରେ ମୋଦୀ କୌଣସି ଦେଶକୁ ଯାତ୍ରା କରିନାହାନ୍ତି । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି କରୋନା ସମୟରେ ଭାରତ ଅନେକ ଦେଶକୁ ସାହାଯ୍ୟ କରିଥିଲା । ପ୍ରାୟ ୧୫୦ଟି ଦେଶକୁ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଇଛି । ଏଥିସହ ଚୀନ ସମେତ ପ୍ରାୟ ୮୦ଟି ଦେଶକୁ ୮୦ କୋଟିର ଅନୁଦାନ ରାଶି ପ୍ରଦାନ କରାଯାଇଛି । ଏହି ସମୟରେ ଭାରତକୁ ଜାପାନ, ଆମେରିକା, ଫ୍ରାନ୍ସ, ଜର୍ମାନୀ ଓ ଇସ୍ରାଏଲଠାରୁ ମଧ୍ୟ ସାହାଯ୍ୟ ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0