ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ମହାନଦୀରେ ବଢିଛି ଜଳ ପ୍ରବାହ । ତେଣୁ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲାଯାଇଛି । ଏହି ୪ଟି ଗେଟକୁ ମିଶାଇ ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଚାଲିଛି । ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ମାସରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିଲା ଏବଂ ଏହା ବିପଦ ସଂକେତ ଉପରେ ମଧ୍ୟ ପ୍ରବାହିତ ହୋଇଥିôଲା । ଏହାକୁ ଦୃଷ୍ଟିରେ ରଖି ମୋଟ ୪୬ଟି ଗେଟ ଖୋଲାଯାଇଥିଲା । ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଅଟେ । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୦ ହଜାର ୨୫୧ ଘନଫୁଟ ଜଳ ପ୍ରବେଶ କରୁଛି ବୋଲି ଜଣାପଡ଼ିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0