spot_img

ବୋମା ଧମକ ପାଇଁ ସ୍ଥାନାନ୍ତର ହେଲେ ଆଇଫିଲ ଟାୱାରର ପର୍ଯ୍ୟଟକ

ପ୍ୟାରିସ: ବୋମା ଥିବା କଥା ଖବର ଫୋନରେ ଆସିବା ପରେ ଆଇଫିଲ ଟାୱାର ଅଞ୍ଚଳକୁ ଅବରୋଧ କରିଛି ପ୍ୟାରିସ ପୁଲିସ । ବିସ୍ଫୋରଣ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଥିବା କଥା ଫରାସୀ ଗଣମାଧ୍ୟମ ସୂଚନା ଦେଇଛି । ଟାୱାର ତଳେ ଥିବା ରାସ୍ତା ଓ ସାଇନି ନଦୀ ଉପର ଦେଇ ଟ୍ରୋକାଦେରୋ ପ୍ଲାଜାକୁ ଯାଇଥିବା ପୋଲରେ ଘେରାଉ କରାଯାଇଛି । ଘେରାଉ କରାଯାଇଥିଲେ କେତେକ ପର୍ଯ୍ୟଟକ ସେ ଅଞ୍ଚଳରେ ବୁଲାବୁଲି କରୁଥିବା ଜଣାପଡ଼ିଛି । କିନ୍ତୁ ଟାୱାରରେ କେହି ଅଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଏହି ସଂକ୍ରାନ୍ତରେ ଆଇଫିଲ ପରିଚାଳନା କମିଟି କୌଣସି ମନ୍ତବ୍ୟ ଦେଇନାହିଁ । ଦୈନିକ ୨୫,୦୦୦ରୁ ଅଧିକ ପର୍ଯ୍ୟଟକ ଆସିଥାଆନ୍ତି । କିନ୍ତୁ କରୋନା କଟକଣା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular