କଟକ: କଟକରେ ପ୍ରତିଦିନ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ବିଚାରପତି ଓ ବିଚାରବିଭାଗୀୟ ଅଧିକାରୀମାନେ ମଧ୍ୟ ସଂକ୍ରମିତ ହେଉଥିବାରୁ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ସିଏମସି । ସିଏମସି ପକ୍ଷରୁ ୧୫ ବେଡ୍ ବିଶିଷ୍ଟ କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବାକୁ ଯାଉଛି। କ୍ୟାଣ୍ଟନମେଣ୍ଟ ରୋଡ଼ସ୍ଥିତ ଜୁଡିସିଆଲ ଗେଷ୍ଟ ହାଉସରେ ଏହି କୋଭିଡ଼ କେୟାର ସେଣ୍ଟର ଆରମ୍ଭ ହେବ। ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଦୁଇଟି ସମୟରେ ସେଠାକୁ ପରିଦର୍ଶନରେ ଯିବେ । ସେଠାରେ ସ୍ଵତନ୍ତ୍ର କର୍ମଚାରୀ ରହିଥିବାବେଳେ ସିଏମସି ପକ୍ଷରୁ ମଧ୍ୟ କର୍ମଚାରୀଙ୍କୁ ସେଠାରେ ନିୟୋଜନ କରାଯିବ। ବେଡ୍ ବ୍ୟବସ୍ଥା ସରିଥିବାବେଳେ ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0