ଚଣ୍ଡୀଗଡ଼: ତିନି କୃଷି ବିଲ ବିରୋଧରେ ପଞ୍ଜାବର କୃଷକମାନେ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ଆଜିଠାରୁ ତିନି ଦିନ ଧରି କୃଷକମାନେ ରେଳ ରୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଅମୃତସର , ଫିରୋଜପୁର ଜିଲ୍ଲାରେ କୃଷକମାନେ ରେଳ ଧାରଣାରେ ବସି ରହିଛନ୍ତି । ଯାହା ଦ୍ୱାରା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପ୍ଟେମ୍ବର ୨୫ ତାରିଖରେ ରାଜ୍ୟବ୍ୟାପୀ କୃଷକମାନେ ଆନ୍ଦୋଳନ କରିବାକୁ ଡାକରା ଦେଇଛନ୍ତି । ଏହି କାରଣରୁ ଫିରୋଜପୁର ମଣ୍ଡଳରେ ପ୍ରାୟ ୧୪ଟି ଟ୍ରେନକୁ ବାତିଲ କରାଯାଇଛି । ସଂସଦରେ ବିଲ ପାସ ହୋଇଥିଲେ ମଧ୍ୟ ବିଲକୁ କୃଷକଙ୍କର ସମର୍ଥନ ମିଳିପାରିନାହିଁ ବୋଲି ଜଣାପଡ଼ିଛି । ଯଦି ଥରେ ମଣ୍ଡି ବାହାରୁ ଶସ୍ୟ କିଣା ଆରମ୍ଭ ହୋଇଯିବ, ତେବେ ସେମାନଙ୍କୁ ନ୍ୟୁନତମ ସମର୍ଥନ ମୂଲ୍ୟ ବା’ (ଏମଏସପି) ମିଳିପାରିବ ନାହିଁ । ଯାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0